STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଜନନୀ

ଜନନୀ

1 min
347


ସରଗଠୁ ବଡ ଜନନୀ ମୋହର

ତା ସମ ହୋଇବ କିଏ ?

ଯେଉଁଠି ଯେମିତି ରହିଛି ମୁଁ ଆଜି

ସବୁରି ମୂଳରେ ସିଏ ।୧।

ଦଶମାସ ସିଏ ଗରଭରେ ଧରି

ଜନମ ଦେଇଛି ମୋତେ ।

କେତେ ଅପାଶୋରା କଷଣ ସହିଛି

ଜଠରରେ ରଖି ମୋତେ ।୨।

ନିଜ ଜୀବନର ସୁଖ ଯାହାଥିଲା

ସବୁ କରିଦେଲା ଦୂର ।

ପାଶୋରିଲା ନିଜ ଦୁଃଖ ମୋତେ ଦେଖି

କି ଆନନ୍ଦ ହେଲା ତା'ର ?୩।

ଦଶ ଭାଇ ଭଗ୍ନୀ ହୋଇଥିଲୁ ଆମେ

ସଭିଙ୍କୁ ଯତନେ ପାଳି ।

ନିଜର ଖାଇବା ପିିଇବା ଭୁଲିଲା

ସହି ଅଳି ଅରଦଳି  ।୪।

ବଡ ବଇଦ ସେ ଆମ ଘରେ ଥିଲା

ରଖି ସବୁ ଜଡିବୁଟି ।

କେତେ ପ୍ରକାରର ଚିକିତ୍ସା କରିଲା

ଚନ୍ଦନ ପେଡାରେ ବାଟି ।୫।

ସକାଳୁ ସଅଳ ବଢା ଭାତ ରାନ୍ଧି

ମୁଗଡାଲିକୁ ସିଝାଇ ।

ଚକଟି ତାହାକୁ ପିଲାଙ୍କୁ ଖୁଆଏ

କେତେ ମଜା କଥା କହି ।୬।

ତା କାନି ପଣତ ତଳେ ରହି ଆମେ

ସଭିଏଁ ହୋଇଲୁ ବଡ ।

ପ୍ରତିଦାନ କିଛି ଦେଇ  ନପାରିଲୁ

ଆମ ଆଗେ ହେଲା ଜଡ ।୭।

ଅବିରତ ଲୁହ ବହୁଥିଲା ତା'ର

ଦେଖିଲେ ଆମରି ଦୁଃଖ ।

ସେ କଥା ସୁମରି ଆଜି ମୋ ଆଖିରୁ

ବରଷୁ ଅଛି ଲୋତକ  ।୮।

ଜନନୀର ଋଣ ଜୀବନରେ କେବେ

ଶୁଝି କି ପାରିବ କିଏ ?

ଢାଳୁଛି ପ୍ରଣତି ପାଦତଳେ ତା'ର

ସଦା ମୁଁ ତା' ପୁଅ ହୁଏ ।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational