STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ଜନନୀ

ଜନନୀ

1 min
237

ଶକ୍ତି ପ୍ରଦାୟିନୀ

ମୁୁ୍କ୍ତି ପ୍ରଦାୟିନୀ

ଭକ୍ତି ପ୍ରଦାୟିନୀ

 ବିଦ୍ୟା ଦାୟିନୀ

 ଜ୍ଞାନ ପ୍ରଦାୟିନୀ

 ସେ ଆମ ଜନନୀ ।

 ସେ ଧରିତ୍ରୀ

ଧ୍ୟାନ ପ୍ରଦାୟିନୀ

ମାନ ପ୍ରଦାୟିନୀ

ସମ୍ମାନ ପ୍ରଦାୟିନୀ

ଶିକ୍ଷା, ଦୀକ୍ଷା ପ୍ରଦାୟିନୀ

 ଜଗତ ଉଦ୍ଧାର କାରିଣୀ

ସେ ଧରିତ୍ରୀ ମାତା ଧରଣୀ

 ସେ ଆମ ବିଶ୍ଵ ଜନନୀ ।

 ସେ କାଳୀ, ମହାକାଳୀ

ସେ ଦୁର୍ଗା ଦୁର୍ଗତିନାଶିନୀ

 ସେ ଲକ୍ଷ୍ମୀ ଧନ ପ୍ରଦାୟିନୀ

 ସେ ସରସ୍ଵତୀ ଜ୍ଞାନ ପ୍ରଦାୟିନୀ

 ସେ ଚଣ୍ଡୀ, ସେ ଚାମଣ୍ଡା

ସେ ଛିନ୍ନମସ୍ତା

 ସେ ସଂକଟ ହାରିଣୀ

 ସେ ସକଳ ଶକ୍ତିର ପ୍ରଣୟିନୀ

ସେ ତ୍ରାଣକର୍ତ୍ତ୍ରୀ ମା' ତାରିଣୀ

ବିଶ୍ଵ କଲ୍ୟାଣମୟୀ

 ମା' ଜଗତ୍ ଜନନୀ

 ଆମ ସଭିଙ୍କ ବିଶ୍ଵ ଜନନୀ ।

 ସନ୍ତାନ ପାଳିନୀ

 ସଂକଟ ହାରିଣୀ

 ଦୁଃଖ ବିନାଶିନୀ

 ସୁଖ ପ୍ରଦାୟିନୀ

ସଂହାର କାରିଣୀ

 ପାପ ବିନାଶିନୀ

 ଦୁର୍ଗତି ନାଶିନୀ

ଜଗତ ଜନନୀ 

 ଆମ ବିଶ୍ଵ ଜନନୀ ।

 ଅଜ୍ଞାନ ନାଶିନୀ

 ଅଜ୍ଞାନ ହାରିଣୀ

 ଜ୍ଞାନାଲୋକ ପ୍ରଦାୟିନୀ

 ସେବା ଓ ମମତାର

ମଙ୍ଗଳମୟୀ ଆମ ଜନନୀ ।

ମା'ର ମଧୁର ଶଦ୍ଦର

ମାଧୁର୍ଯ୍ୟ ସୃଷ୍ଟି କାରିଣୀ

ସନ୍ତାନ ସନ୍ତତିଙ୍କ

ମଙ୍ଗଳ କାରିଣୀ

ଶସ୍ୟଶ୍ୟାମଳା ଏ ଜଗତର

କଳ୍ପନା କାରିଣୀ

ସୃଷ୍ଟିର ଶ୍ରେଷ୍ଠ

ସେ ଆମ ଜଗତ ଜନନୀ ।

ଜନ, ମନ, ଧନ, ଧ୍ୟାନ, ଜ୍ଞାନ,

 ମାନ, ସମ୍ମାନ ସକଳର 

ସୃଷ୍ଟି କାରିଣୀ

 ସେ ସ୍ନେହମୟୀ, ମମତାମୟୀ

ଚିର ବନ୍ଦନୀୟା, ଚିର ପୂଜନୀୟା

ଆମ ଜଗତ କଲ୍ୟାଣ କାରିଣୀ

ସେ ଏ ସୃଷ୍ଟିର ଜନ୍ମଦାତ୍ରୀ

ଆମ ସଭିଙ୍କର

ତଥା ଏ ବିଶ୍ଵର ଜନନୀ

ବନ୍ଦେ ମାତୃ ଶକ୍ତି

ବନ୍ଦେ ମାତୃ ଜାତି

ବନ୍ଦେ ଜନ୍ମ ଦାତ୍ରୀ

ଜଗତ କଲ୍ୟାଣ କାରିଣୀ

ଜୟ ମା ଜଗତ ଜନନୀ ।


Rate this content
Log in

Similar oriya poem from Abstract