STORYMIRROR

Madhabi Patel

Tragedy

3  

Madhabi Patel

Tragedy

ଜଣେ ନାରୀର ଜୀବନ କାହାଣୀ

ଜଣେ ନାରୀର ଜୀବନ କାହାଣୀ

1 min
227


ରାଧିକା ନାମରେ ଝିଅଟେ ଥିଲା ଏକ ଗ୍ରାମରେ

ବାପା ମାଆ ପରିବାରକୁ ନେଇ ସଦା ସୁଖରେ।

ସୁନ୍ଦରୀ ସହିତ ଗୁଣରେ ଥିଲା ଅତୁଳନୀୟ

ବିଦ୍ୟାର୍ଜନ ପାଇଁ ଛାଡିଲା ସିଏ ପିତୃଆଳୟ।

ଛାତ୍ରୀବାସେ ରହି ପଢିଲା ବିଏ ଏମ୍ଏ ତାପରେ

ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ପାଇ ଥିଲା ସୁଖରେ

ଶିକ୍ଷାକାମ ପାଇଁ ସର୍ବଦା ସିଏ ଥିଲା ତତ୍ପର

ଛାତ୍ରଛାତ୍ରୀ ପ୍ରିୟ ଥିଲାସେ ସଭିଙ୍କ ଆପଣାର।

ଦିନେ କ୍ଲାସସାରି ଫେରିଲାବେଳେ ଦଳେ ଯୁବକ

ଅଟକାଇ ତାକୁ କହିଲେ କେତେ ଅଶ୍ଲିଳ ବାକ୍ୟ।

ପୋଲିସ ପାଖରେତାହାଙ୍କ କରିଦେଲା ଫିସାଦ

ପୋଲିସ ଧରିଣ ପିଟିଲା ମନେ ହେଲା ବିଷାଦ।

ସେହି ରୋଷଧରି ଦିନେକ କଲେ ଅପହରଣ

ବଳତ୍କାର କରି ଫିଙ୍ଗିଲେ ନେଇ ଘନଅରଣ୍ୟ।

ବାପା ଭାଇ ମାଆବାପା ତା ଖୋଜି ହେଲେ ହତାଶ

ଦିର୍ଘ ଦିନ ପରେ ଗନ୍ଧିଲା ମିଳିଲା ଅବଶେଷ।

କେତେ ଯେ ମିଡିଆ ଲଢିଲେ ଖବର ର ପ୍ରଚାର

କିଛିଦିନ ସରଗରମ ପୁଣି ପଡିଲା ସ୍ଥିର।

ଏମିତି ଅନେକ ଘଟଣା ଘଟୁଛି ସମାଜରେ

ଗୁଣ୍ଡାଙ୍କ ରାଜତ୍ବ ଚାଲିଛି ସାଧୁରହେ ଭୟରେ।

ଯାହାର ସନ୍ତାନ ଶିକାର ହୁଏ ତାମନ ଜାଣେ

ଅନ୍ୟପାଇଁ ଏକ ଘଟଣା କିଛି ନାହିଁ ତା ମାନେ।

ନାରୀ ବଳତ୍କାର ଚାଲିଛି କେତେ ପୁରାକାଳରୁ

ଅହଲ୍ୟାକୁ ଇନ୍ଦ୍ର,ତାରାକୁ ଚନ୍ଦ୍ର ସେଇ କାଳରୁ।

କେତେଦିନ ଅବଳାପରେ ସବଳ କରିବ ଅତ୍ୟାଚାର

ନାରୀ ଜାତି ଜାଗ୍ରତ ହୁଅ କର ଅସୀ ପ୍ରହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy