ଜନ୍ମମାଟି
ଜନ୍ମମାଟି
ଗାଁଟି ଘେରା ବଣ ପାହାଡ଼େ
କେଡେ ସୁନ୍ଦର ଶୋଭାଟି ।
ପୂରୁବ ଦିଗେ ସୁରୁଜ ଉଇଁ
ଛୁଏ ଯା ମନ୍ଦିର ଚୁଡାଟି ।
ଯାହାରି ବୁକେ ଚରଣେ ଥୋଇ
ଚାଲିବା ଶିଖି ଅଛିଟି ।
ସରସୀ ଜଳେ ହଂସ ଖେଳେ
ପଦ୍ମ, କଇଁ ମନକୁ ମୋହେଟି ।
ଫସଲ ଭରା କ୍ଷେତ ହସଇ
ଚାଷଭାଇ ଗାଏ ଗୀତଟି ।
ବିଦ୍ୟା ଆରମ୍ଭ କରଇ ଯହିଁ
ସେଇ ମୋପ୍ରିୟ ଚାଟଶାଳୀଟି ।
ତାହାରି କୋଳେ ଧୂଳି ଖେଳ
ବର କନିଆଁ ବାହାଘରଟି ।
ପାହାଡ଼ ତଳେ ପୋଖରୀ କୂଳେ
ଗୀତ ଗାଏ ପବନତାଳେଟି ।
ପରବ ଦିନେ ଗାଁ ଦୁଲୁକେ
ଏକତା ତାର ପରିଚୟଟି ।
ସ୍ମୃତିରେ ଯାର ଝରେ ଲୋତକ
ସରଗଠୁଁ ବଳି ସେହି ମୋ ଜନ୍ମମାଟି ।
