ଜନ୍ମଦିନର ହିସାବ କିତାବ
ଜନ୍ମଦିନର ହିସାବ କିତାବ


କୁଆଁ କୁଆଁ ରାବେ ଭରିଥିଲୁ ମନ
ପିତାମାତା କୋଳ କରି ମଣ୍ଡନ
କାନ୍ଦୁୁଥିଲୁ ଦେଖି ଅଚିହ୍ନା ଜନ
ହସୁୁୁଥିଲେ ସର୍ବେ ହୋଇ ଉଛନ୍ନ ।
ଶିଶୁରୁ ବାଳୁୁୁତ ବିତିଲା ଦିନ
ହସଖୁସିରେ ମାପୁୁୁଥିିିଲୁ ଜୀବନ
ଯୌବନ ଚଷମା ଅତି ରଙ୍ଗୀନ
ଅତି ଆନନ୍ଦରେ ପାଳୁ ଜନମଦିନ ।
ବରଷ ପରେ ବରଷ ପଛକୁ ହଜେ ଜୀବନ
ବଳକା ବେଳକୁ ନିିଘା କର ବହନ
ମାୟା ସଂସାରେ ନାଚି କୁଦଇ ଜନ
ଆୟୁ ଫେଡ଼ିଚାଲେ ଜୀବନ ଧନ ।
ଆସିିିବ ଜରା ପୁୁଣି ହେବ ମରଣ
ଅନ୍ୟଥା ନୁହେଁ ଏହା ସତ୍ୟ ବଚନ
ଏକା ଯିିବୁ ଚାଲି ସାଥି ନୁହଁଇ ଆନ
ଧନ ଜନ ମାନ ହେବ ଉଭାନ ।
ପାଣି ପରି ବହିଚାଲେ ସମୟ
ଭାଗଶେଷରେ ମନକୁ କର ତୁୁ ଥୟ
ଶୂନ୍ୟ ହେଲେ ଅଙ୍କକଷା ନିର୍ଭୟ
ବଳିିିପଡ଼ିଲେ ମିଥ୍ୟା କରେ ବିଜୟ ।