ଜନ୍ମଦିନ
ଜନ୍ମଦିନ
କୁଆଁ କୁଆଁ ଡାକ଼
ମାତୃତ୍ବ ବରଷ
ଅନୁଭବ ମନ
କେତେ ଯେ ହରଷ
ନାରୀର ଜୀବନ
ସାର୍ଥକ ଅସ୍ତିତ୍ବ
ଦୁନିଆର ଖୁସି
ତୋ ଶୁଭ ଜନ୍ମ ଦିବସ
ତୋତେ ଦେଖେ ଧନ
ମିଳି ଗଲା କାହୁଁ
ଦେହେ ବଳ ପୁଣି ଖୁସି ଉଲ୍ଲାସ
ମିଠା ମିଠାଇର
ବଣ୍ଟା ବଣ୍ଟନ
ତୋ ଲାଗି କେତେ ଯେ
ବ୍ରତ ମାନସିକ
ପିତା ମାତାଙ୍କ
ଗଣ୍ଠି କଲା ମାଣିକ
କରୁ କେତେ କେତେ
ନାନା ହରକତ
ମନକୁ ମୋହୁ ତୁ
ତୋ ମୋହିନୀ ଭେଷ
ପୋଷାକର
ଭିନ୍ନ ଭିନ୍ନତା ରୂପ
କେବେ ଲାଗୁ ତୁ
କନ୍ୟାକ କି ପୁତ୍ର
ମା ର ଆଖିରେ
ସନ୍ତାନ କେବଳ
ଦେଖୁଥାଏ ନେତ୍ର
ସଦା ସମାନ।