STORYMIRROR

Balaram Barik

Romance Others

4  

Balaram Barik

Romance Others

ଜନମ ଜନମ ସାଥି

ଜନମ ଜନମ ସାଥି

1 min
264


ତୁ ଥିଲେ ମୋ ପାଖେ ମୋ ମନ ଯାଏ ଭରି।

ତୋ ମୁଚୁକୁନ୍ଦିଆ ହସେ ମୋ ଦିନ ଯାଏ ସରି।


ତୁ ସୁଖରେ ଦୁଃଖରେ ମୋ ବାମ ପଟେ ଥାଉ।

ତୋ ପାଇଁ ମୋ ଠେଲାଗାଡି ଗଡେ ଢାଉଁ ଢାଉଁ।


ରେଳ ପ୍ଲାଟଫର୍ମରୁ ବସ୍ ଷ୍ଟାଣ୍ଡ ଟିକି ଦୁନିଆ ଆମର।

ହାତେ ହାତ ରଖି ଗଢିଥିଲେ ଆମେ ସୁନା ସଂସାର।


ସକାଳରୁ ସଞ୍ଜଯାଏଁ ବୁଲି ଆସେ ଯେତେ କ୍ଲାନ୍ତିରେ।

ତୋ ହାତ ରନ୍ଧା ଭାତ ଗଣ୍ଡେ ଖାଇ ଶୁଏ ମୁଁ ଶାନ୍ତିରେ।


ମୋ ଫଟା ପାଦରେ ଯେବେ ମାଖୁ ତୁ ସୋରିଷର ତେଲ।

ପ୍ରେମ ସୁଧାନିଧି ଗଳେ ଆଖିରୁ ପାଦ ହୁଏ ମୋ ସଲ ସଲ।


ଦେଇ ନାହିଁ ଠାକୁର ଆମକୁ ସନ୍ତାନଟେ ବୋଲି ।

ନାହିଁ ମନେ ଖେଦ ମୋର ଦୁହେଁ ବାଟ ଯିବା ଚାଲି।


ତୋ ପରି ମୋତିଟେ ପାଇ ରଙ୍କୁଣା ନହେବି।

ସାତ ଜନମକୁ ପରା ତୋର ସାଥି ମୁଁ ସାଜିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance