ଜନ୍ମ ଦିନ
ଜନ୍ମ ଦିନ


ପ୍ରତିଟି ମଣିଷ
ଏ ଧରାଧାମେ
ନିଶ୍ଚିତ ଜନମ ହୁଅଇ
ଜନମ ହୁଅନ୍ତି ଏଠି
ଦେବତା ହେଲେ ବି |
ଜନମ ଦିନଟା
ଅଟେ ସ୍ମରଣୀୟ
ପ୍ରିୟ ଜନ ଙ୍କ ମଧ୍ୟରେ
ବଡ ହୋଇ ଛୁଆଟିଏ
ନାମ ଅରଜିଲେ
ଜନମ ଦିନକୁ
ପାଳନ୍ତି ଅନେକେ |
ଘର ଲୋକ ନିଶ୍ଚେ
ପାଳନ୍ତି ନିଜ ଛୁଆର
ଜନମ ଦିନ
ଛୁଆ ବଡ ହେଲେ
ପାଳନ୍ତି ବାପା ମାଆଙ୍କ
ସରାଗେ ଜନମ ଦିନ |
ଜନମ ଦିନରେ
ଆମ ସଂସ୍କୃତିରେ
ଳୟ ପ୍ରଭୁ ପାଦ ତଳେ
ଦୀପ ଜାଳି ଆମେ
ପିଠା ପଣା କରି
ମନାଷୁ ଶୁଭ ଦିନରେ |
ଏବେ ଜନ୍ମଦିନ
ପାଳନ୍ତି ସଭିଏଁ
ଦେଖେଇ ହେବାର ପାଇଁ
ଜନମ ଦିନରେ
କେକ କାଟି ସବୁ
କ୍ୟାଣ୍ଡାଲ ଜଳାନ୍ତି ସେଠି
ଜଳନ୍ତା କ୍ୟାଣ୍ଡାଲ
>
ପାଟିରେ ଲିଭାଇ
ଖୁସି ହୋହାଲ୍ଲା କରନ୍ତି |
ଏଭଳି ସଭ୍ୟତା
ଅମର ନାହିଁ ରେ
ସନାତନ ଧରମରେ
ଆମ ସଭ୍ୟତାରେ
ଦୀପ ଲଗାଇବା
ରହିଛି ବିଭୁ ପାଖରେ
ଦୀପ ଟି ଅଟଇ
ଜୀଵନ ଦୀପ ଯେ
ଜଳୁଥାଉ ସଦା
ପ୍ରଭୁ ଙ୍କ ଆଶୀର୍ବାଦରେ |
ଦୀପ ଲିଭାଇବା
ପୁଣି ଯେ ପାଟିରେ
ଆମ ସଂସ୍କୃତିରେ ନାହିଁ
ପାଶ୍ଚାତ୍ୟ ସଭ୍ୟତା
ଏହି ଅଟେ ଭାଇ
ସଭିଏଁ ଶିଖି ଗଲେଣି |
ଆମ ସଭ୍ୟତାକୁ
ପାଶ୍ଚାତ୍ୟ ଦେଶରେ
ଶିଖିଲେଣି ସଭିଏଁ
ସନାତନ ଧର୍ମ
କେମିତି ବଂଚିଛି
ଗବେଷଣା ଯାରୀ ରହେ |
ଜନମ ଦିନଟି
ଅଟେ ସ୍ମରଣୀୟ
ସବୁ ପରିବାରେ ଥାଏ
ପିଲାଟି ଦିନରୁ
ଶିଖାନ୍ତି ଗୁରୁଜନେ
ପ୍ରଭୁ ଦରଶନ କରେ |