STORYMIRROR

SUJATA DAS

Action

3  

SUJATA DAS

Action

ଜୀବନ

ଜୀବନ

1 min
211


ଜୀବନଟା କେବେ

ପ୍ରୀତିର କଲ୍ଲୋଳ

ସୁବାସିତ ମିଠା ବାସ୍ନା

କେବେ ମରୁବାଲି

 ଡହ ଡହ ତାତି

 ବ୍ୟାକୁଳିତ ଶତ ତୃଷ୍ଣା.


କେବେ ଆସେ ଝରି

 ଖୁସିର ଝରଣା

 ପ୍ରୀତିସୁଧା ସ୍ପର୍ଶ ନେଇ

ଉଷୁମ ଲୁହରେ

 ଭିଜେ କେବେ ଆଖି

 ବୁକୁଫଟା କୋହ ହୋଇ.


କେବେ କୃଷ୍ଣଚୂଡ଼ା

ଲାଲୀମାରେ ଭରା

ପ୍ରଣୟର ଆମନ୍ତ୍ରଣ

କେବେ ତିରସ୍କାର

 ଭାବ ଛଳନାର

 ଛବି ଆଙ୍କେ ପ୍ରତିକ୍ଷଣ.


କେବେ ମିଠା ଜ୍ୟୋତ୍ସ୍ନା

ଶୀତଳତା ଭରା

ପୁନେଇଁର ଜହ୍ନ ପରି

କେବେ ମାୟାଜାଲ 

କୁହେଳିକା ଘେରା

ବୁଢ଼ୀ ଅସୁରୁଣୀ ସରି.


କେବେ ମଧୁମୟ

ସ୍ନେହ ଅନୁରାଗେ

ଶୋଭିତ ଚନ୍ଦନ ବନ

କେବେ ଜ୍ୱାଳାମୁଖୀ 

ଉଦ୍ଗାରଇ ଲାଭା

 କରି ହୃଦୟ ଦହନ.


କେବେ ସପ୍ତରଙ୍ଗୀ

ମନ ଉପବନେ

 ମଧୁ ବସନ୍ତ ବର୍ଣ୍ଣାଳୀ

କାଳ ବୈଶାଖୀର

 ତାଣ୍ଡବ ରଚଇ

 କେବେ ଦିଏ ସବୁଜାଳି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action