STORYMIRROR

Kailash Chandra Behera

Inspirational

4  

Kailash Chandra Behera

Inspirational

ଜୀବନ

ଜୀବନ

1 min
241


ସୁନ୍ଦର ଯେତିକି    ଅନ୍ଧାର ସେତିକି

    ଏଇ ମଣିଷ ଜୀବନ ,

ତେଣୁ ତୁ ନିଜର   ଲକ୍ଷ୍ୟରେ ଅଟଳ

      ରହରେ ଅବୁଝା ମନ ।


ଜୀବନ ପଥଟା    ଅଟେ ଅଙ୍କାବଙ୍କା

     ନୁହଇ ଜମା ସରଳ ,

ଧରମ ପଥରେ    ଯଦି ଚାଲିବୁରେ

     ପାଇବୁ ସୁକର୍ମ ଫଳ ।


ଜୀବନ ଯମୁନା    ଉଛୁଳିବା ବିନା

    ସଦାବେଳେ ନୁହେଁ ସ୍ଥିର ,

କେବେଆସେସୁଖ କେବେଆସେ ଦୁଃଖ

   କେବେ କ୍ଷୀର କେବେ ନୀର ।


କାହାର ଜୀବନ   ଚିର ନୁହେଁ ଧନ

    ଆସିଅଛ ନିଶ୍ଚେ ଯିବ ,

କର୍ତ୍ତବ୍ୟ କରମ    ଅଟଇ ଧରମ

    ସହାୟକ ସେ ହୋଇବ ।


ଉଠାଣି ଗଡ଼ାଣି    ଜୀବନ ସରଣୀ

     କଷ୍ଟ ହୁଏ ଉଠିବାକୁ,

ଉଠାଣି ସରିଲେ   ଗଡ଼ାଣି ଆସିଲେ

    ଖୁସିଲାଗେ ଚାଲିବାକୁ ।


ନିର୍ବିକାର ଯିଏ    ସ୍ଥିର ରହିଥାଏ

     ଭଲ ମନ୍ଦ ଏକ କରେ,

ଶ୍ରୀହରି ସୁମରି    ଧର୍ମ କାର୍ଯ୍ୟ କରି 

     ଭବ ସ°ସାରରୁ ତର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational