STORYMIRROR

Sasmita Choudhury

Inspirational

3  

Sasmita Choudhury

Inspirational

ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

1 min
190


ଜୀବନ କା'ଲାଗି ସୁନାର ସକାଳ

ରୂପାର ଚନ୍ଦ୍ରମା ରେଣୁ, 

ପ୍ରୀତିର ସଙ୍ଗୀତ, ଅଜଣା ଇଙ୍ଗିତ

କେବେ ସେ ମୋହନ ବେଣୁ। 


ଜୀବନ କା'ଲାଗି ଲୁହର ବନ୍ୟାରେ

ଭସା ଖପରୁଲି ଘର, 

ବେଦନା ଝଡର ତାଣ୍ଡବରେ ଲେଖା

ଉଜୁଡା ଅସ୍ତିତ୍ବ ତା'ର। 


ଜୀବନ କେଉଁଠି ଦୁଇ ମୁଠା ମାଟି

ଶ୍ବାସ କ୍ଷଣସ୍ଥାୟୀ ବାୟୁ, 

ଆତ୍ମା ନିରାକାର ବ୍ରହ୍ମର ସ୍ବରୂପ 

ନଶ୍ବର ଶିରା ଓ ସ୍ନାୟୁ। 


ଜୀବନ ତ ଏକ ପାଣିର ଫୋଟକା 

କେଜାଣେ କେ କାହିଁ ଯାଏ, 

ମୃତ୍ୟୁ ପରେ ପୁଣି ଜୀବନ କି ଶୂନ୍ଯ 

ତା କହିପାରିବ କିଏ? 

ଜୀବନ ଅଳିକଟିଏ.... 

ତା'ଲାଗି ଉପମା ନ ହୁଅଇ ଲୋଡା 

ନିଜେ ଚିତ୍ରକଳ୍ପ ସିଏ । 


ଜୀବନ ତ ଏକ ଦୁର୍ଦ୍ଦଶ ଯୋଦ୍ଧାର 

ଶାଣିତ ଅସ୍ତ୍ରର ଧାର, 

ଏ ଜୀବନ ପୁଣି ଆକ୍ରମଣ ଓ ଆତ୍ମରକ୍ଷାର 

ବିଧିବଦ୍ଧ ସମାହାର। 


ଜୀବନ ତ ଏକ ଯଜ୍ଞ ଆହୁତି 

ଲୋହିତ ହବନ ଶିଖା, 

ଜୀବନ ହିଁ ଏକ ସୀମିତ କାଳର 

ସମୁଚିତ ମହାଶିକ୍ଷା। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational