STORYMIRROR

Ajaya Kumar Mohanty

Inspirational

3  

Ajaya Kumar Mohanty

Inspirational

ଜୀବନ ସଙ୍ଗୀତ -୩

ଜୀବନ ସଙ୍ଗୀତ -୩

1 min
282

ଭଲ କର ଭେଲ କର

ଭୁଲ୍ ଅନେଶୋତ ବାର

କ୍ଷମା କର ଶହେ ଥର

ଏମିତି ମଣିଷର ସଂସାର 

ଭୁଲ୍ ତାର ଜନ୍ମ ଅଧିକାର ।

କାମ କଲେ ଭୁଲ୍ ହୁଏ

ଝୁଣ୍ଟି ଉଠି ଚଲାଯାଏ

ଚାଲୁ ଚାଲୁ ରାସ୍ତା ଭୁଲେ

ବାଟ ଖୋଜା ଚାଲିଥାଏ

ଅଜବ ଭୁଲଭୁଲୈୟାରେ।

ରାସ୍ତା ସବୁ ଉଚ୍ଚାନୀଚା

କାହିଁ ଥାଏ କଣ୍ଟାଝଣ୍ଟା

ଘାସର ନରମ ଗାଲିଚା,

ଅଙ୍କା ବଙ୍କା ଲମ୍ବିଥାଏ 

ଚାଲିବା ଭାଗ୍ଯ ଲେଖା ।

ସୂର୍ଯ୍ୟ ଉଏଁ, ଅସ୍ତ ଯାଏ

ସମୟ ନିଶ୍ଚିତରେ ଧାଏଁ

ଘଣ୍ଟା ମିନିଟ୍ ସେକେଣ୍ଡରେ,

ଅସରନ୍ତି ଏକମୁଖି ରାସ୍ତା 

ଲମ୍ବିଥାଏ ଦିଗବଳୟ ଯାଏ।

ଭୁଲ୍ ବିନା ଠିକ୍ ନାହିଁ 

ଚାଲିବାର ଶେଷ କାହିଁ

କି ହେବ ମାଇଲଖୁଣ୍ଟ

ଜୀବନ ମାପିବା ପାଇଁ,

ଛକି ଶୂନ ଖେଳ ହୁଏ

ଠିକ୍ ସହ ଭୁଲକୁ ନେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational