STORYMIRROR

ମାତୃଭାଷା ଓଡ଼ିଆ

Tragedy Classics

3  

ମାତୃଭାଷା ଓଡ଼ିଆ

Tragedy Classics

ଜୀବନ ପଛେ ନର୍କେ ପଡିଥାଉ

ଜୀବନ ପଛେ ନର୍କେ ପଡିଥାଉ

1 min
274

ସୁଖର ପଥକୁ ଖୋଜି ମୁଁ ପାଇଛି 


ଦୁଃଖର ଗନ୍ତାଘର, 


ହଁ ହବନି

କେମିତି?  

ଏଠି ନର ସାଜେ ରାକ୍ଷସ ତ ଏଠି ନାରାୟଣଙ୍କ 

ନଥାଏ ଆବିର୍ଭାବ.. 

ଏହି ମାଲିକ ସାଜେ ପୁଞ୍ଜିପତି ମୂଲିଆ ସାଜେ  

ମାଲିକର ଗୋଲାମ.. 

ହଁ ବଦଳିଛି ସେଦିନର ବାଣୀ ମୋ ଜୀବନ 

ପଛେ ନର୍କେ ପଡିଥାଉ, 

ଏଠି ପୁଞ୍ଜିପତି ମାନେ ନର୍କ ଓ ସ୍ୱର୍ଗର ଅଧିପତି, 

ଏଠି ଶ୍ରମିକ ଏବେ ସର୍ବହରା, 

ସମାଜରେ ସେମାନେ ଆଜି ନିସ୍ଵ ଓ ଅସହାୟ.. 

ଏହା କିଭଳି ଆଜି ବାସ୍ତବ?? 

କୁଆଡ଼େ ଗଲା ସେ ଭୀମ ଭୋଇଙ୍କ ମହତ ବାଣୀ? 

ହଁ ଲିଭି ଯିବନି ବା କେମିତି? 

ଏଠି କଣ ବା ଯାଏ କାହାର, 

ସବୁଆଡେ ଅନ୍ନ ପାଇବାର ହାହାକାର.. 

କଣ ପାଇଁ ଏଠି ହଜିଗଲା ଧର୍ମଦ୍ୱାର? 

ହଁ ଏବେ ସମସ୍ତେ ସାଜିଛନ୍ତି ନର ଦେବତା 

ଅହଂ ଭାବ ଏଠି ବସା ବାନ୍ଧିଛି ଦ୍ୱାର ଦ୍ୱାର.. 

ଏଠି ମଣିଷ ବୁଝେନା ସମ୍ପର୍କର ମୂଲ୍ୟ

କି ଜାଣେନା ତାର କିଏ ଅତି ଆପଣାର?? 

ଏଠି ଧନ ହେଉଛି ମାନ ଆଉ ସମ୍ମାନର ମାର୍ଗ..

ମୋ ଜୀବନ ପଛେ ନରକେ ପଡୁ 

ସମାଜ ଆଜି ପଛେ ରହିଯାଉ.. 

ଆଜି ବଦଳି ଯାଇଛି ସେ ମହତ ବାଣୀର ଉଦ୍ଦେଶ୍ୟ.. 

ଜୀବନର ମୂଲ୍ୟ ଆଜି କିଏ ବା ବୁଝିଛି? 

ଜୀବନ ସଭିଙ୍କ ଏଠି ସ୍ୱର୍ଗମାର୍ଗୀ ହେବାର ଇଚ୍ଛା, 

ବଦଳି ଯାଇଛି ଆଜି ସେ ମହତ ଲୋକର ମହତବାଣୀ 

ଆଉ ଶୁଭୁନି ସେ ବାକ୍ୟବିଚାର..... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy