ପ୍ରେମରେ ଆର୍ତ୍ତନାଦ
ପ୍ରେମରେ ଆର୍ତ୍ତନାଦ
ପ୍ରେମରେ ପଡ଼ିଥିବା ନିଆରା ମଣିଷଟି
କାହିଁକି ଯେ ଖୋଜିବୁଲେ ସବୁବେଳେ
ସେଇ ଦିଗହରା ପଥକୁ,
ହଁ ହୁଏତ କିଛି ଆଶା ଓ ବିଶ୍ୱାସକୁ ନେଇ
କିନ୍ତୁ ଏଠି ପ୍ରେମ ହୁଏ ଆତ୍ମହରା
ଶୁଭେ ଖାଲି ପ୍ରେମର ଆର୍ତ୍ତନାଦ
କଣ ଏଇଟା ହେଉଛି ପ୍ରେମ
ଯେଉଁଠି ଶୁଭେନାହିଁ କୋଇଲିର କୁହୁ କୁହୁ ତାନ
ଆଉ ଶୁଭେନାହିଁ ପ୍ରେମର ରଣଝଙ୍କାର ।
ପ୍ରେମରେ ପଡ଼ିଥିବା ପ୍ରତି ମଣିଷ ଏଠି ନିଶ୍ବ
କଣ , ଏଇ ହେଉଛି ପ୍ରେମର ସ୍ୱରୂପ
କୁଆଡ଼େ ଗଲେ ପ୍ରେମର ପ୍ରତୀକ ରାଜମହଲ ପ୍ରେମିକ ପ୍ରବର,
ହଁ ! ଅବା କାହିଁକି ବା ଆସିବେ ସେ ଏଠି ତ ଶୁଭେ ଖାଲି ପ୍ରେମର ଆର୍ତ୍ତନାଦ !
