ଜୀବନ ପାଇଁ ଦୁଇଟି ଗୀତ
ଜୀବନ ପାଇଁ ଦୁଇଟି ଗୀତ
ବାବାଜୀ ଚରଣ ଜେନା
-ଏକ-
ଅସୁମାରୀ ଆଶା ମୋର
ଅସରନ୍ତି ଚଲାପଥ
ଚାଲିବାକୁ ହେବ ପୁଣି
କିଏ ଜାଣେ କେତେ ପଥ ॥
ଜୀବନ ଜଞ୍ଜାଳ ଭରା
ସ୍ଵପ୍ନ ଦେଖେ କେତେ କାହିଁ
ସେଇ ସ୍ଵପ ଅଧା ଥାଇ
ରାତି ପୁଣି ଯାଏ ପାହି ॥
ଲେଖୁ ଲେଖୁ କାଗଜରେ
ଅଧା ରହିଯାଏ ଗୀତ
ଅସୁମାରି ଆଶା ମୋର ॥
କାହା ପାଇଁ କେବେ ହେଲେ
ସମୟତ ରଖି ନାହିଁ
ବଞ୍ଚିବାକୁ ହୁଏ ପୁଣି
ନିଜ ଲୁହ ନିଜେ ପିଇ
କିଏ ଛାଡି ଦିଏ ହାତ
କିଏ ହୋଇ ଯାଏ ମିତ
ଅସୁମାରୀ ଆଶା ମୋର ॥
-ଦୁଇ-
ଜୀବନତ ଏକ ଅନ୍ଧ ଗଳିର
ଘାଣ୍ଟି ହେଉଥିବା ଖେଳ
କେବେ ଝୁଣ୍ଟି ପଡି ଚାଲିବାକୁ ହୁଏ
ରହେ ନାହିଁ ତାଳ ମେଳ
ଜୀବନ ତ .......॥
ଦୁଖର ବରଷା ଭିଜାଉ ଥାଏ ତ
ସବୁଦିନ ସବୁ ରାତି
ମୋ ପାଇଁ ସୁଖ ତ ଅଳିକ ସପନ
ଦୁଃଖ ସାଥେ ଦେଖା ନିତି
ଆଶା ନିରାଶାର ନଈ ବାଲି ପରେ
ଚାଲୁ ଥାଏ ବାରମ୍ବାର
ଜୀବନ ତ ..... .... ....॥
ସଭିଏଁ କୁହନ୍ତି ଯାଯାବର ଟିଏ
ଚାଲି ଜାଣି ନାହିଁ ବାଟ
କେଉଁ ଆଡେ ଯିବ କା, ପାଖକୁ ଯିବ
ନାହିଁ ତାର ଠିକଣାତ
ପାଇବାର ନିଶା ଏମିତି ଅଙ୍କଟେ
ଚିଡେନା ହିସାବ ଯା’ ର
ଜୀବନ ତ ... ... ... ॥
