STORYMIRROR

Tapaswini DashSarangi

Fantasy Others

3  

Tapaswini DashSarangi

Fantasy Others

ଜୀବନ ଓ ମୁଁ

ଜୀବନ ଓ ମୁଁ

1 min
11.6K

ମୁଁ ଜାଣିଛି ମୋ ଜୀବନ ଜିଇବାର ପରିସୀମା

ତଥାପି କାହିଁକି ଅଜାଣତେ କୂଳ ଲଙ୍ଘିଯାଏ 

କେତେବେଳେ ଅଧିକାର ପାଇଁ ଆଉ 

କେତେବେଳେ କର୍ତ୍ତବ୍ୟ ଦାୟିତ୍ଵବୋଧ ପାଇଁ।


ମୁଁ ପଢିଛି ମୋ ଜୀବନର ସର୍ତ୍ତାବଳୀ ମାନ

ପଢିଛି ଗୋଟି ଗୋଟି କରି ସର୍ତ୍ତ ଗୁଡିକ

ତଥାପି ଏ କ୍ଷଣ ଭଙ୍ଗୁର ଜୀବନରେ

ଭାବିଦିଏ ସର୍ତ୍ତାବଳୀ ଗୁଡିକ ଭୂଲି

ମୋ ହିସାବରେ ଜୀବନକୁ ଦେଖିବା ପାଇଁ।


ମୁଁ କଷିଛି ଏ ଜୀବନର ମାନସାଙ୍କ

ତଥାପି ଅନେକ ଥର ଭୂଲ୍ ହୋଇଯାଏ

ଜୀବନର ମିଶାଣ ଫେଡାଣରେ

ଆଉ କମିଯାଏ କିଛି ସଂଖ୍ୟା ଉତ୍ତୀର୍ଣ୍ଣ ହେବା ପାଇଁ।


ମୁଁ କରିଛି ହିସାବ କିତାବ ଏ ଜୀବନର

ଲାଭ କ୍ଷତି ପାଖେ ଅଟକି ଯାଇଛି ଅନେକ ଥର

କିଛି ଲାଭ ପାଇଛି ଭଲ ପାଇବାରେ

ଆଉ କ୍ଷତି ହୋଇଛି କିଛି ଅନ୍ୟର ଆକ୍ରୋଶରେ

ତଥାପି ଲାଭ କ୍ଷତିର ହିସାବ କରିନି

ମୁଁ ସମ୍ପର୍କ ଆଗରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy