Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy Inspirational

4  

Birakishore Nayak

Tragedy Inspirational

ଜୀବନ ଖରା ଛାଇ ଖେଳ

ଜୀବନ ଖରା ଛାଇ ଖେଳ

1 min
284


ସଂସାରେ କାହାର ସମତଳ ନୁହେଁ

   ଜୀବନର ଚଲାପଥ 

କେବେ ଆସେ ସୁଖ କେବେ ପୁଣି ଦୁଃଖ

   ଘୁରୁଥାଏ ହୋଇ ବୃତ୍ତ |


ଦୁଃଖ ତ ନଥିଲେ କେବେ ବି ଜୀବନେ

   ସୁଖ ନୁହେଁ ଅନୁଭବ 

ନିଜ କର୍ମମତେ ଆସେ ଜୀବନରେ

   ଫଳ ତାର ଅନୁରୂପ |


କର୍ମ ସିଦ୍ଧାନ୍ତର ନିୟମ ତ ଏହା

   ପ୍ରତି କାର୍ଯ୍ୟ ପରିଣାମ 

ସମୟର ସ୍ରୋତେ ଭୋଗ ହୁଏ ତାହା

   ଆସିଥାଏ ହୋଇ ସୂକ୍ଷ୍ମ |


କେବେ ମିଳିଯାଏ କର୍ମ ଫଳ ଶୀଘ୍ର

   ସମୟର ଅନୁକୂଳେ 

କେବେ ରହିଯାଏ ପ୍ରାରବ୍ଧ ହୋଇ ସେ

   ଅଦୃଶ୍ୟ ଆତ୍ମାର କୋଳେ |


ଭଲ କର୍ମ ଦିଏ ଜୀବନର ପଥେ

   ଫୁଲର ଗାଲିଚା ପାରି 

ପାପ ଦେଇଥାଏ ଅସରା ଲୁହ ଯେ

   ଜୀବନେ ଯନ୍ତ୍ରଣା ଭରି |


ନିଜ କର୍ମ ମତେ ଜନ୍ମ ହୁଏ କିଏ

   ସୁନାର ଚାମଚ ଧରି 

କିଏ ଆସିଥାଏ ଲଭିବାକୁ ଦୁଃଖ

   ଜୀବନଟା ଯାଏ ଝରି |


ସଂସାରେ ଲାଗିଛି ଦୁଃଖ ପରେ ସୁଖ

   ସତେ ଖରା ଛାଇ ଖେଳ 

ଜୀବନ ଏମିତି ସବୁ ଭୋଗୁଥାଏ

   ଆସେ ଯେବେ ଯେଉଁ ବେଳ |



Rate this content
Log in

Similar oriya poem from Tragedy