STORYMIRROR

Prakash Biswal

Inspirational

4  

Prakash Biswal

Inspirational

“ଜୀବନ ହେବ ସାଧ୍ୟ ”

“ଜୀବନ ହେବ ସାଧ୍ୟ ”

1 min
4


ଉଠରେ ଉଠରେ ଭାରତବାସୀ 
 ଦେଖ ଭାରତକୁ ଆଜି
ଗର୍ବରେ କହୁଛି ବାନା ଉଡ଼ାଇ 
 ସ୍ବାଧୀନ ହୋଇଛି ଆଜି ।
ଜାଗରେ ଜାଗରେ ଓଡ଼ିଆ ଜାତି
 ଜାଗି ଉଠ ଦେଶ ପାଇଁ 
କର୍ମ କରି ଚାଲ କର୍ମବୀର ହୋଇ
 ଦେଶର ସୁରକ୍ଷା ପାଇଁ ।
ସତ୍ୟ ଅହିଂସାରେ ସ୍ବାଧୀନ ଅଟେ
 ଆଜି ଆମରି ଭାରତ
ସୁକର୍ମ କରି ଆଗେଇ ନେବାରେ
 ଅଛି ଆମରି ତାକତ ।
ନିଃସ୍ୱାର୍ଥ ହୋଇ ପ୍ରାଣ ଦେଇଗଲେ
 ପୁର୍ବପୁରୁଷ ଆମ
ଭୁଲିବାନି ଭାଇ ତାଙ୍କ କରୁଣା
 ରହିଛି ତାଙ୍କ ନାମ ‌।
ସୁବାଷ, ଗାନ୍ଧୀ, ନେହେରୁଙ୍କ ପରି
 ସାହସ ରଖି ଦେଖ
ଗୋପବନ୍ଧୁ, ନୀଳକଣ୍ଠଙ୍କ ପରି 
 ସତ୍ଯରେ ଚାଲି ଶିଖ ।
ନୋହୁଁ ଆମେ ବୀର ନୋହୁଁ ଯୋଦ୍ଧା 
 ତଥାପି କରି ଯୁଦ୍ଧ 
ହେଉ ପଛେ ଆମ ପ୍ରାଣର ବଳି
 ଜୀବନ ହେବ ସାଧ୍ୟ ।


Rate this content
Log in

Similar oriya poem from Inspirational