STORYMIRROR

Prakash Biswal

Others

3  

Prakash Biswal

Others

ଦିଗହରା ପଥିକ

ଦିଗହରା ପଥିକ

1 min
173


ପ୍ରତ୍ସବ କାଳରେ ପଥ ନା ପଥିକ

ସୁଖଦୁଃଖ ନାଁ ହିଂସା ଅହଂକାର ।

ବାପା ମା'ର କୂଳ ଅଟଇ ତ ଗୃହ

ଜଣାନାହିଁ ପୁଣି କିପରି ସଂସାର ।।


ସମାଜ ନିୟମ ଅଛି ଅବା ନାହିଁ 

ପାଳନ ବିଧିକୁ କରିବି ବା କାହିଁ ।

ଚିନ୍ତା ଚିନ୍ତନ ଯେ ମସ୍ତିଷ୍କରେ ନାହିଁ

ଉଠିବା ପଡ଼ିବା କାମ ତା'ର ପାଇଁ ।।


କୈଶୋର ଅବସ୍ଥାରେ ଉତ୍ତମ କାମ

ପାଠପଢାରେ ହିଁ କଟିଯାଏ ଦିନ ।

ଖେଳାବୁଲା ପୁଣି ତା ମଧ୍ୟେ ରହିଲା

ପରେ ପରେ ପ୍ରକାଶିଲା ଯଉବନ ।।


ଦୁଇଛକି ରାସ୍ତା ପ୍ରବେଶ ହୋଇଲା

ଲାଗିଲା ମୁଣ୍ଡରେ କି ବ୍ରଜ ପଡ଼ିଲା ।

ପଥ ଚାଲିବାକୁ ପାଦ ସିନା ଅଛି

ମାର୍ଗ ବାଛିବାକୁ କଠିନ ହେଉଛି ।।


Rate this content
Log in