ଦିଗ ହରା ପଥିକ
ଦିଗ ହରା ପଥିକ
1 min
194
ପ୍ରତ୍ସବ କାଳରେ ପଥ ନା ପଥିକ
ସୁଖଦୁଃଖ ନାଁ ହିଂସା ଅହଂକାର ।
ବାପା ମା'ର କୁଳ ଅଟଇ ତ ଗୃହ
ଜଣାନାହିଁ ପୁଣି କିପରି ସଂସାର ।।
ସମାଜ ନିୟମ ଅଛି ଅବା ନାହିଁ
ପାଳନ ବିଧିକୁ କରିବି ବା କାହିଁ ।
ଚିନ୍ତା ଚିନ୍ତନ ଯେ ମସ୍ତିଷ୍କରେ ନାହିଁ
ଉଠିବା ପଡ଼ିବା କାମ ତା'ର ପାଇଁ ।।
କୈଶୋର ଅବସ୍ଥାରେ ଉତ୍ତମ କାମ
ପାଠପଢାରେ ହିଁ କଟିଯାଏ ଦିନ ।
ଖେଳାବୁଲା ପୁଣି ତା ମଧ୍ଯେ ରହିଲା
ପରେ ପରେ ପ୍ରକାଶିଲା ଯଉବନ ।।
ଦୁଇଛକି ରାସ୍ତା ପ୍ରବେଶ ହୋଇଲା
ଲାଗିଲା ମୁଣ୍ଡରେ କି ବଜ୍ର ପଡ଼ିଲା ।
ପଥ ଚାଲିବାକୁ ପାଦ ସିନା ଅଛି
ମାର୍ଗ ବାଛିବାକୁ କଠିନ ହେଉଛି ।।
