STORYMIRROR

Prakash Biswal

Others

3  

Prakash Biswal

Others

ଚପଲ

ଚପଲ

1 min
153


ଯୋଡ଼ିଯୋଡ଼ି ହୋଇ ରହେ ଚପଲ

ଭିନ୍ନ ହୋଇଗଲେ ସିଏ ଅଚଳ ।

ଲୋକମାନେ ତାକୁ କରନ୍ତି ହେୟ,

ସମସ୍ତଙ୍କୁ ପୁଣି କରେ ସାହାଯ୍ୟ ।।

ବାଲ୍ୟରୁ ବୃଦ୍ଧ କାମରେ ଆସୁଛି

କଣ୍ଟା ଫୁଟିବାରୁ ରକ୍ଷା କରୁଛି ।

ଧନୀ ଗରିବ ତା ପାଇଁ ହସୁଛି

ସଭିଙ୍କ ପାଦ କବଚ ହୋଇଛି ।।

ପୂଜା ପାର୍ବଣରେ ଅଲଗା ରହେ

ଅନ୍ୟ ସବୁ ସ୍ଥାନ ସାଥୀରେ ରହେ ।

ଦେଉଳ ଭିତରେ ପ୍ରବେଶ ନାହିଁ

ପ୍ରତିବାଦ ଶବ୍ଦ ତା ପାଖେ ନାହିଁ ।।

ପିନ୍ଧି ତାକୁ ଲୋକେ ପାଦ ପକାନ୍ତି

ପିନ୍ଧା ସରିଲେ ଫୋପାଡ଼ି ଦିଅନ୍ତି ।

ଘର ମନ୍ଦିରର ବାହାରେ ରଖନ୍ତି

ହେଲେ ତାକୁ ବ୍ୟବହାର କରନ୍ତି ।।


Rate this content
Log in