STORYMIRROR

Geeta Sarangi

Abstract Tragedy

4  

Geeta Sarangi

Abstract Tragedy

ଜୀବନ ଗୀତା-୪୨୩

ଜୀବନ ଗୀତା-୪୨୩

1 min
298

ଜୀବନ ଯେତେ ରଙ୍ଗ ଲଗାଏ

ସବୁତ ଯାଏନା ଲିଭି

ଦେହର ଦାଗ ହୋଇ ଚହଟେ

ଜାଣେ ଏକା ଅନୁଭବୀ ॥୦॥

ବିନା ସୂଚନାରେ ଜୀବନ ଯେବେ

ବଦଳାଏ ସୂଚିପତ୍ର

ପଉଷ ପତର ପରି ଝରଇ

ବାକିଥିବା ସବୁ ପତ୍ର

ନୂଆ ପତର କୁଆଁ ମେଲଇ

ପୁଣି ଉଠଇ ପଲ୍ଲବି ॥୧॥

ଜୀବନର ସୂଚିପତ୍ର ବଦଳେ

ବଦଳଇ ମାନଚିତ୍ର

ଯେତେ ବଦଳିଲେ ପୁରୁଣା କ୍ଷତ

ଚିହ୍ନହୋଇ ରହେ ଗାତ୍ର

ଝଟକୁଥାଏ ପୁରୁଣା କ୍ଷତ

ସତେକି ରକ୍ତ କରବୀ ॥୨॥


Rate this content
Log in

Similar oriya poem from Abstract