STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୮୧

ଜୀବନ ଗୀତା-୩୮୧

1 min
238


ଜୀବନର ଯେତେଯେତେ

ଦୁଃଖ ଆଉ ଅସହାୟତା

ଗଢି ତୋଳିଛି ତାହାର

ମଧ୍ୟେ ଏକ ବିଦ୍ରୋହୀ ସତ୍ତା ॥୦॥

ପ୍ରତି ଅନ୍ୟାୟ ଅତ୍ୟାଚାରର

କରିଛି ସେ ପ୍ରତିବାଦ

ଯୁଦ୍ଧ ଡାକରା ଦେଇ ରଣକ୍ଷେତ୍ରେ

କରିଅଛି ଶଙ୍ଖନାଦ

ଲଢେଇରେ ଜିତି ସିଏ

ହୋଇଅଛି ଜଗତଜିତା ॥୧॥

ଜୀବନ ଚିତ୍ରକୁ ବଦଳାଇ

ଦେଇଛି ସେ ନିଜ ହାତେ

ସାଲିସ କରିକି ଜିଇଁନାହିଁ

କେବେହେଲେ କାହାସାଥେ

ନିଜହାତେ ତିଆରିଛି

ନୂଆକରି ନିଜର ରାସ୍ତା ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational