STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୭୩

ଜୀବନ ଗୀତା-୩୭୩

1 min
479


ଜୀବନର ଅଭିଜ୍ଞତା ପରିପକ୍ୱ

ହୋଇଥାଏ ଧୀରେଧୀରେ

ଉତ୍ତରଣ ର ସହିତ ମନୁଷତ୍ୱ

ବସା ବାଂଧେ ଚେତନାରେ ॥୦॥

ଜୀବନ ସଂଗ୍ରାମ ନିରବଚ୍ଛିନ୍ନ

ଭାବରେ ଚାଲିଥାଏ

ପୁସ୍ତକରେ ଲେଖା ନଥାଏ ଯାହା

ଜୀବନ ଶିକ୍ଷା ଦିଏ

ଆସ୍ତେଆସ୍ତେ ଧୂଳି ଜମିଯାଏ ସିନା

ଅଚଳ ଜୀବନ ପରେ ॥୧॥

ଚଳ ଚଞ୍ଚଳ ଜୀବନର ଗତି

ଚିରସ୍ରୋତା ନିର୍ଝର

ଖରସ୍ରୋତା ନଦୀ ଦେହରେ ସିନା

ମାଡଇ ବାଲୁଚର

ଚାଲୁଚାଲୁ ଦିନେ ଜୀବନର ରଥ

ଅଟକେ ରାଜରାସ୍ତାରେ ॥୨॥


రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational