STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୩୭

ଜୀବନ ଗୀତା-୩୩୭

1 min
312


ଜୀବନର ଜାହ୍ନବୀରେ

ନିତି କେତେକେତେ ଢେଉ

ଆସି ପୁଣି ଫେରିଗଲେ

ଝରିଗଲା ଲୁହଲହୁ ॥୦॥

ମଧୁର ସୋରେଇ କେବେ

ମଦିରାର ପାତ୍ର

ଛଲକି ଉଠିଲା ଯେବେ

ରଂଗିଲା ଏ ରାତ୍ର

ଫଗୁଣ ଆସିଲା ଫେରି

କାନନେ କୋଇଲି କୁହୁ ॥୧॥

ତୃଷିତ ପ୍ରାଣରେ ଭରି

ପ୍ରୀତିର ମୂର୍ଚ୍ଛନା

ବିରହ ବଇଁଶୀ ସ୍ୱନେ

ପ୍ରିୟା ତ ଫେରେନା

ପ୍ରେମିକ ପରାଣେ ଭରି

ଅନ୍ତହୀନ ଆହାଉହୁ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational