STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୯୬

ଜୀବନ ଗୀତା-୨୯୬

1 min
435


ଜୀବନର ଯଜ୍ଞ ପୂତ ଓ ପବତ୍ର

ଜଳୁଥାଏ ଉର୍ଦ୍ଧମୁଖ ହୋଇ

ନିରୁତା ଯନ୍ତ୍ରଣା ଯେତେ ଜୀବନର

ଘିଅ ହୋଇ ଜଳିବାର ପାଇଁ ॥୦॥

ଜୀବନ ଯଜ୍ଞରେ ସମିଧ ହୋଇ

ଜଳିବାରେ ଅଛି ମଜା

ଜଳିବା ଆନନ୍ଦ ପାଇନି ଯିିଏ

ଭୋଗେ କଳାପାଣି ସଜା

ଜୀବନକୁ ଛାଡି ଯନ୍ତ୍ରଣା କେବେବି

ଏକାହୋଇ ପାରିଛିକି ରହି ॥୧॥

ଜନମ ଦିନଠୁଁ ଜଳିବାଟା ହିଁ

ଅବଧାରିତ ନିୟତି

ଜୀବନର ଅନ୍ୟନାମ ଜ୍ୱଳନ

ଏତ ଦୁନିଆର ରୀତି

ଏନ୍ତୁଡି ନିଆଁରୁ ଜଳିବା ଆରମ୍ଭ

ପୂର୍ଣ୍ଣାହୁତି ମଶାଣିର ଜୁଇ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational