STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୯୦

ଜୀବନ ଗୀତା-୨୯୦

1 min
623


ଜୀବନର ଉପପାଦ୍ୟ

ଯିଏ ବୁଝି ପାରିଛି

ଶାନ୍ତି ଶୃଙ୍ଖଳାରେ ସିଏ

ସିନା ରହି ପାରିଛି ॥୦॥

ନିର୍ବିକାର ଭାବେ କର୍ମ କରିଯାଏ

ସାହସୀ ବୀର ସେ ଚିରକାଳ

ସହନଶୀଳତା ତାହାର ଧରମ

ପ୍ରଶଂସା ପାଇଁ ନୁହେଁ ବ୍ୟାକୁଳ

ସୁଖରେ ଦୁଃଖରେ

ସବୁ ସମୟରେ ସିଏ

ସମଭାବେ ରହିଛି ॥୧॥

ସହାନୁଭୂତିରେ ସବୁଠୁଁ ଆଗରେ

ସଭିଙ୍କ ସୁଖଦୁଃଖକୁ ବାଣ୍ଟେ

ସାମାନ୍ୟ କଥାକୁ ମାଜି ମୋଟକରି

ବସେନା ସିଏ କେବେବି ଆଣ୍ଟେ

ମନରେ ହୃଦରେ

ପର ଉପକାର କଥା

ସଦାବେଳେ ଭାବିଛି ॥୨॥




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational