STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୭୪

ଜୀବନ ଗୀତା-୨୭୪

1 min
724


ଯୁଗ ଯନ୍ତ୍ରଣାରେ ଜୀବନ ଯେବେ

ହୋଇଯାଏ ଜର୍ଜରିତ

ବଂଚିବାକୁ ହୁଏ ସଦା ସର୍ବଦା

ହୋଇ ଖାଲି ଆତଙ୍କିତ ॥୦॥

ବେଦନାମୟ ଜୀବନଯାତ୍ରା

ନୁହେଁତ ଏତେ ସହଜ

କଣ୍ଟକମୟ ପଥରେ ଚାଲି

ପାଦ ତ ନିତି ଦରଜ

ସଂଶୟ ଘେରରେ ଜୀବନ ସିନା

ହେଉଥାଏ ବିଚଳିତ ॥୧॥

ରହସ୍ୟମୟ ଚାଲିଚଳନ

ଦରଦ ନାହିଁ କାହାରି

ଅଜଣା ଭୟ କରେ ଅଥୟ

ଜୀବନ ଏଠି ସବୁରି

ଆଶା ଆଶଙ୍କାରେ ଜୀବନ ଏଠି

ହେଉଥାଏ ଆତଯାତ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational