STORYMIRROR

Geeta Sarangi

Inspirational

2  

Geeta Sarangi

Inspirational

ଜୀବନ ଗୀତା-୨୭୨

ଜୀବନ ଗୀତା-୨୭୨

1 min
212


ଜୀବନ କେବେ ସୋରିସୋରି

ଆଲୁଅର ରଙ୍ଗଶାଳା

ପୁଣି କେବେ ସେ ଛାଇଛାଇ

ଅଂଧାରର ପାନଶାଳା ॥୦॥

ଜୀବନ କେବେ ଧନ୍ୟ

କେବେପୁଣି ପଣ୍ୟ

କିଣାବିକା ଚାଲିଥାଏ

ରାତି ହେଉ ଦିନ

ଜୀବନ କେବେ ଧାଡିଧାଡି

ଛବିଭରା ବର୍ଣ୍ଣମାଳା ॥୧॥

ଜୀବନ କେବେ ଆଶା

କେବେ ସେ ହତାଶା

ଝଡରେ ଦୋହଲୁଥିବା

ଚଢେଇର ବସା

ଜୀବନ କେବେ ନlଲିନେଳି

ରଂଗଭରା ଚିତ୍ରଶାଳା ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational