STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୭୧

ଜୀବନ ଗୀତା-୨୭୧

1 min
564


ଜୀବନର ବିଧୁର ଚିତ୍ର

ଚାରିଆଡେ ଦିଶି ଯାଉଛି

ଜୀବନର ମଧୁର ଚିତ୍ର

ଯେତେସବୁ ଭାଂଗି ଯାଇଛି ॥୦॥

କମନୀୟ ଜୀବନ ରୂପ

କଦାକାର ଦିଶୁଛି ଆଜି

ଭାବମୟ ଜୀବନ ଗାଥା

କେବେଠାରୁ ଯାଇଛି ହଜି

ଜୀବନର ଖଣ୍ଡିତ ସତ୍ତା

ଅନ୍ତରକୁ ଭାରି ବାଧୁଛି ॥୧॥

ପ୍ରେମମୟ ପରାଣ ସବୁ

ପାଲଟିଛି କାଠ ପଥର

ଜ୍ୱାଳାମୟ ଜୀବନ ଏବେ

ନାହିଁ ତାହାଠାରୁ ନିସ୍ତାର

ଜୀବନର ଜାନ୍ତବ କ୍ଷୁଧା

ଦିନୁଦିନ ବଢି ଚାଲିଛି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational