STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୨୬୯

ଜୀବନ ଗୀତା-୨୬୯

1 min
480


ଜୀବନ ଧାଉଁଛି ପ୍ରାଚୁର୍ଯ୍ୟ ପଛରେ

ପୁଣି ପ୍ରତିପତ୍ତି ପଛରେ

ଧାଇଁବା ପାଇବା ମଝିରେ ବଞ୍ଚୁଛି

ଜୀବନକୁ ଖାଲି ମିଛରେ ॥୦॥

ଡହଳ ବିକଳ ସାରାଟା ଜୀବନ

ପରାଭବର ନାହିଁ ଅନ୍ତ

ଅସହ୍ୟ ପୀଡନ ପାଏ ଅନୁକ୍ଷଣ

ତଥାପି ବୁଝେନା ତା ଚିତ୍ତ

କାଞ୍ଚନ କି ହୀରା ନୁହେଁ ତାର ମନ

ଗଢା ସେତ ସୁଦୁ କାଚରେ ॥୧॥

ଟିକିଏ ଆଘାତେ ଭାଂଗିଯାଏ ମନ

ଆଖିରୁ ଝରିଯାଏ ଲୁହ

ବୁଝିବି ଅବୁଝା ହେଉଥାଏ ଯାହା

କିଏବା ବୁଝାଇବ କୁହ

ତାଠାରୁ ମୁରୁଖ ନାହିଁ କେହି ଆଉ

ଓଲୁ କି ଫଳନ୍ତି ଗଛରେ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational