STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୬୭

ଜୀବନ ଗୀତା-୨୬୭

1 min
755


ଜୀବନର ଇତିହାସ

ବହୁ ପୁରାତନ

କେତେକେତେ ଚିତ୍ର ତହିଁ

ହୋଇଛି ଅଙ୍କନ ॥୦॥

ବୀରତ୍ୱର ପ୍ରାଚୁର୍ଯ୍ୟରେ

ଭରା ତାର ପୃଷ୍ଠା

ସମୟ ଆଙ୍କିଛି ସବୁ

କରି କେତେ ନିଷ୍ଠା

କିଂବଦନ୍ତୀ ଜୀବନର

ଅତୀବ ପ୍ରାଚୀନ ॥୧॥

କେଉଁଠି ଧୂସର ଟିକେ

କେଉଁଠି ସବୁଜ

କେଉଁଠି ଧ୍ୱସ୍ତ ମନ୍ଦିର

କେଉଁଠି ଗମ୍ବୁଜ

ବିପ୍ଳବର ଝଡ କେତେ

ସହିଛି ଜୀବନ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational