STORYMIRROR

Nalini Subudhi

Tragedy

4  

Nalini Subudhi

Tragedy

ଜୀବନ ଦୁଇଦିନ

ଜୀବନ ଦୁଇଦିନ

1 min
335


ଏ ପଟେ ନିଆଁ ସେ ପଟେ ନିଆଁ

ମାନବ ଜୀବନ ଦୁଇ ଦିନିଆ 

ପ୍ରଥମ ଜୀବନ ଏନ୍ତୁଡ଼ିଶାଳ

ଶେଷରେ ପୋଡ଼ିବ ଯୁଇ ଅନଳ । 


ଏ କଥାକୁ କେବେ ଭୂଲିବ ନାହିଁ

ଦୁଇଟି ଦିନର ଜୀବନ ଏହି  

ମିଛେ ବାହାସ୍ପୋଟ ମାରୁଛ ଭାଇ

କାଳ ହସୁଅଛି ଉପରେ ଥାଇ । 


ଦେଖି ଆସ ଥରେ ମଶାଣି ଭୂଇଁ

କିଏ କେତେ ଧନ ନିଏ ମୁଣ୍ତେଇ 

ଯାହା ପାଇଁ ଧନ ସଂଚୁଛୁ ତୁୁହି

ପଛେ ନିନ୍ଦା ଦେବେ ବିମର୍ଷ ହୋଇ । 


ଭୂଲିଗଲୁ ତୁହି ବାଳୁତ କାଳ

ଭାଇ ଭଗ୍ନୀ ସ୍ନେହ ଅତୁଟ ବେଳ  

ଆଖି ଖୋଲି ଦେଖ ଶିରୀମନ୍ଦିର

ରଥେ ଉଭା ପ୍ରଭୁ କଳାଠାକୁର । 


ସବୁ ଦେଖି ଶୁଣି ବୁଝିପାରୁନ

ଭାଇ ଭଗ୍ନୀ ସାଥେ ଜଗମୋହନ

 ରଥେ ଯାଇଥାନ୍ତି ଭଉଣୀ ଭାଇ

କୋପେ ଲକ୍ଷ୍ମୀମାତା ରୁଷନ୍ତି ଯାଇ।


ରାକ୍ଷୀର ବନ୍ଧନ ଅସୀମ ସ୍ନେହ

ଆଖି ପ୍ରଜ୍ବଳିତ ରକ୍ତିମ ଲୁହ 

ହୃଦ ହାଣି ହୁଏ ବ୍ଯଥିତ ମନ

ପୋଡି ଯାଉଅଛି ହୃଦ କାନନ । 


ଆଗ ପଛ ଭାଇ ବିଚାର କର

କିସ ନେବା ଆମେ ମିଛ ସଂସାର 

ଛାଡି ରାଗ ହିଂସା ବିଭୁ ପୟର

ମଜ୍ଜିରୁହ ସଦା ଲବେ ମାତର । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy