ଜୀବନ ଆଉ ଯୌବନ
ଜୀବନ ଆଉ ଯୌବନ


ଜୀବନ ଆଉ ଯୌବନ
******************
ଜୀବନ ଆଉ ଯୌବନ ମଧ୍ୟେ ଚାଲଇ ତର୍କ
ଯୌବନ କୁହେ ଜୀବନରେ ମୋର ଆଗମନ
ହେଲେ ଜୀବନଟା ହୁଏ ରୁଧିବନ୍ତ ଓ ବଳିଷ୍ଠ ।
ଜୀବନ କୁହେ ଯୌବନ ଆସିଲେ
ମୋର ଆସିଯାଏ ସତ ଶକ୍ତି
ହେଲେ ନିଦା ଅପବାଦ ରେ
ମୁଁ ହୋଇଯାଏ ପୋତି ।
ଶୈଶବ ଅବସ୍ଥାରେ ମୁହିଁ ଥିଲି
ଯେ ଶାନ୍ତ ସରଳ
ଯୌବନ ଆସିବାରୁ ମୁଁ ହୋଇଲି ନିଷ୍ଠୁର ।
ନାରୀର ସୌନ୍ଦର୍ଯ୍ୟରେ ଗଲି ମୁହିଁ ପଡି
କାମନା ବାସନାରେ ହେଲି ନିତି ଯୋଡି।
ବାର୍ଦ୍ଧକ୍ୟ ଆସିବାରୁ ଭଜିଲି ରାମ ନାମ
ହେଲେ କାମନା ବାସନାରେ ବୁଡି ରହିଥିବାରୁ
ମୋର ମନ ନହେଲା ସଂଜତ ।
ଠାକୁରଙ୍କ ପାଖେ ବସି ଭାବେ
କୁସଙ୍ଗରେ ବିତିଯିବା ଦିନ
ଠାକୁରଙ୍କ ନାମେ କି ମନ ଦବ
ତା ଜୀବନ ହୋଇଯାଏ ନଷ୍ଟ ।
@ ସୁସିଲ୍ ପାଣି ,ପୁରୀ ।