ଜୀବଜନ୍ତୁ
ଜୀବଜନ୍ତୁ
ମାଟି ର ଗରଭେ ,
କେତେ ଜୀବ ହୁଅନ୍ତି ସୃଷ୍ଟି,
ନାନା ଜାତି ଜୀବକୁ ନେଇ ଗଢା ମୋର ପୃଥିବୀଟି,
ମାନବ ସାଥିରେ କରନ୍ତି ବସବାସ,
କେତେ ଯେ ଜୀବନ,
ସୁନ୍ଦର ଏଇ ଉପବନେ,
ପଶୁପକ୍ଷୀ ମୋର ସାଥି,
ପୁଲକେ ତାଙ୍କ ଆମରି ପ୍ରାଣ,
ଆମ ପାଇଁ ସେ ଜୀବନ,
ବଚିଂଚୁ ଆମେ ତାଙ୍କରି ଦାନେ,
ତାଙ୍କ ବିନା ଆମେ କିଛି ତ ନୁହଁ,
କେବେ ହେଇ ଖାଦ୍ୟ,
କେବେ ହେଇ ରକ୍ଷକ,
କେବେ ପୁଣି ଜନନୀ ସାଜି ଆମ ଜୀବିକା,
କରିଛନ୍ତି ତାଙ୍କ ପାଖେ ୠଣୀ,
ନକର କେବେ ତାଙ୍କୁ ହତାଦାର,
ତାଙ୍କରି ପାଇଁ ଚାଲିଚି ଆମ ସଂସାର।
