Revolutionize India's governance. Click now to secure 'Factory Resets of Governance Rules'—a blueprint for a fair and prosperous future.
Revolutionize India's governance. Click now to secure 'Factory Resets of Governance Rules'—a blueprint for a fair and prosperous future.

Anirudha Kund

Tragedy Classics

3.4  

Anirudha Kund

Tragedy Classics

ଝରା ଶ୍ରାବଣ

ଝରା ଶ୍ରାବଣ

1 min
56


ତୁମ ପାଇଁ ସିନା ଏ ଝରା ଶ୍ରାବଣ

ବିରହ ଯନ୍ତ୍ରଣା ଶିହରିତ ମନ ।


କୁଆଁରି କଢିର କଅଁଳ ଯୌବନ

ଝଲକ ଯାହାର ସମ୍ଭାବନା ସ୍ବପ୍ନ ।


କିନ୍ତୁ...


 ଭିଜା ଭିଜା ଋତୁ ମୋ ପାଇଁ ଶ୍ରାବଣ

ଓଦା ଚୂଲି ଫୁଙ୍କା ଭୋକିଲା ଜୀବନ ।


ନୁଆଁଣିଆ ଚାଳ ଛାଇନି ଏସନ

ପାଣି ଗଡେ ଘରେ ଫୁଟାଇ ମଥାନ ।


ଭୁତାଣୁ ଭିତିରେ ଭୟବିତ ମନ

ରୋଜଗାର ହେଲାଣି ସାତ ସପନ ।

 

ଓଦା ସର ସର ପେଟର କଷଣ

ଭିଜା ଭିଜା ଋତୁ ଏ ଝରା ଶ୍ରାବଣ ।


Rate this content
Log in

Similar oriya poem from Tragedy