STORYMIRROR

Brundabana Pradhan

Romance

3  

Brundabana Pradhan

Romance

ଜହ୍ନରାତି

ଜହ୍ନରାତି

1 min
192


ମିଞ୍ଜି ମିଞ୍ଜି ତାରା ଆଲୁଅରେ 

ଜହ୍ନଟିଏ ତ ତୁମେ। 

କେତେବେଳେ ଆଲୋକର ଫର୍ଚ୍ଚା 

ଖୋଲା ଝର୍କା ଦେଇ 

ଧସ୍ କିନା ପଶିଆସେ 

ମୋ ହୃଦ ସ୍ପନ୍ଦନକୁ

ଉଦ୍ବେଲିତ କରିପକାଏ ତ 

ଆଉ କେତେବେଳେ 

ତମସାଛ୍ଛନ୍ନରେ ଅନ୍ଧକାରର 

ଶାଢ଼ୀ ପିନ୍ଧି ଦପ୍ ଦପ୍ ଚାଳୁଥାଏ। 

ହେଲେ ବି ଜହ୍ନ ରାତି ଗୋ ତୁମେ 

ତ ପନ୍ଦର ଦିନର ସାଥି 

ଅମା ଅନ୍ଧକାରରେ ଭରି ଦେଇ ମତେ 

ଛାଡି ଚାଲିଯାଅ ଅନେକ ସ୍ମୃତି 

ଆସିବ ଫେରି ଆସିବ ଫେରି 

ବୋଲି ଜାଣିଥିଲେ ବି 

ଆସିବାକୁ ଲାଗେ ଯେଶନ ଡେରି। 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance