STORYMIRROR

Pinku Ranbida

Romance

3  

Pinku Ranbida

Romance

ଜହ୍ନରାତି

ଜହ୍ନରାତି

1 min
249

ଆଜି ମୋ ପ୍ରିୟା ଫୁଲେଇ ହେଇଛି

ପାଖକୁ ଆସି ଦୂରେଇ ଯାଉଛି

ଉପରେ ଜହ୍ନ ଲୁଚି ଲୁଚି ଦେଖୁଛି

ମୋ ପ୍ରିୟା ଆସି ମୋ କାନେ କହୁଛି ll


ଭାରି ଲାଜକୁଳି ଲାଜକନ୍ୟା

ରାଗିଲେ ବାହାରେ ଆଖିରୁ ନିଆଁ

ମିଛ ପ୍ରତିଶୃତି ଦେଇଛ କହି

କାନ୍ଦୁଛି ପ୍ରିୟା ମୋ ମୁହଁକୁ ଚାହିଁ ll


ଜହ୍ନରାତି ଆମକୁ ଫସେଇ ଦେଲା

ପ୍ରିୟାକୁ ମୋ'ଠୁ ଦୂରେଇ ନେଲା

ଆଜି ଆମ ଏହି ମଧୁର ମିଳନ

ଲୁଚି ଲୁଚି ସବୁ ଦେଖୁଛି ଜହ୍ନ ll


ଦୋଷ ଦେବି ମୁଁ କାହାକୁ

ଜହ୍ନ ପ୍ରେମ କରୁଛି ରାତିକୁ

ତାଙ୍କ ପ୍ରେମର ଲୁଚକାଳି ଖେଳ

ମୋ ପ୍ରିୟାକୁ କରୁଛି କଲବଲ ll


ଦେଖିବ କାଳେ ଜହ୍ନ ଆମକୁ

କହିଦେବ ବୋଧେ ଆଉ କାହାକୁ

ଡରି ଡରି ପ୍ରିୟା ମୁହଁ ଲୁଚାଏ

ଆଜି ମୁଁ ଯାଉଛି କାଲିକି ଆସିବି କୁହେ ll


ଜହ୍ନରାତି ଆମକୁ ଫସେଇ ଦେଲା

ପ୍ରିୟାକୁ ମୋ'ଠୁ ଦୂରେଇ ନେଲା

କହିବି ମୋ ଦୁଃଖ କାହାକୁ

ଜହ୍ନ ପ୍ରେମ କରୁଛି ରାତିକୁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance