Revolutionize India's governance. Click now to secure 'Factory Resets of Governance Rules'—a blueprint for a fair and prosperous future.
Revolutionize India's governance. Click now to secure 'Factory Resets of Governance Rules'—a blueprint for a fair and prosperous future.

Amit Bal

Romance Classics Fantasy

4.3  

Amit Bal

Romance Classics Fantasy

ଜହ୍ନର ଠିକଣା

ଜହ୍ନର ଠିକଣା

1 min
125


ରାତି ଅଧରେ ନିଦରୁ ଉଠି 

      ଯେବେ ଠାରୁ ବାହାରିଲି ମୁଁ

            ଖୋଜିବାକୁ ଜହ୍ନର ଠିକଣା ,

ସେବେ ଠାରୁ ମୋ ପ୍ରେମିକା ସବୁଙ୍କ ନାଁ ରେ

       ଫୁଲେଇ ଜହ୍ନର ନାଁ ବି

                 ନୀତି ହେଲା ଗଣା ।


ଏବେ ମୋତେ ଦେଖି ଲାଜରେ ସେ

            ହସି ଦିଏ ତାରା ଗହଣରେ

କେବେ ଯଦି ରୁଷି ଥାଏ ମିଛେ ମିଛେ

          ଲୁଚି ଯାଏ ମେଘର ଉହାଡରେ ।


ଛାଇ ଛାଇ ନିଦରେ ମୁଁ ସ୍ବପ୍ନ ଦେଖେ

             ଆଜିକାଲି ତା ନିଛକ ପ୍ରେମର

ତାକୁ ନେଇ ଲେଖୁଛି କବିତା କେତେ

             ରାତି ରାତି ହୋଇ ଉଜାଗର ।


ସତରେ ଜାଣିନି ମୁଁ ଜହ୍ନର ଠିକଣା ଆଜିଯାଏ

        କହିନି କାହାକୁ ମୁଁ ବି

                  ସେ ପ୍ରେମିକା ମୋର ,

କେଜାଣି କିଏ ସେ ଦେବ ଠିକଣା ତା ମୋତେ

        ଏତେ ପ୍ରେମିକ ଥାଉ ଥାଉ

                  ଏ ଦୁନିଆରେ ତାର ......!

           



Rate this content
Log in

Similar oriya poem from Romance