The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

DILIP KUMAR SAHOO

Romance

4.3  

DILIP KUMAR SAHOO

Romance

ଜହ୍ନର ଠିକଣା

ଜହ୍ନର ଠିକଣା

1 min
257


   

   ମନ ପକ୍ଷୀରାଜ ଘୋଡ଼ା ଚଢି ଦିନେ

   ଉଡୁଥିଲି ଝାଡି ଡେଣା

   ଉଆଁସ ରାତିରେ ମନ ଖୋଜୁଥିଲା

   ଫୁଲେଇ ଜହ୍ନ ଠିକଣା ।

   ଦେଖିଲି କିଏସେ ଯୋଛନା ଢାଳୁଛି

   କୁଆଁରୀ ନଈର ତୁଠେ

   ସତେକି ଆଲୁଅ ବିଛେଇ ପଡିଛି

   ସପନର ବାଟେଘାଟେ ।

   ପାଖରେ ଦେଖିଲି ନୀଳ ନୟନାସେ

   ମୋତେ ଦେଖି ହସୁଥିଲା

   ଚାହାଣିତ ତାର ନୂଆ କାହାଣୀ ର

   କଥା କତେ କହୁଥିଲା ।

   ଏମିତି ରୂପସୀ ପରୀକି ତାପସୀ

   ପାରୁନଥିଲି ମୁଁ ବୁଝି

   ପହିଲି ଦେଖାରେ ପିରତି ନିଶାରେ

    ଅଜାଣତେ ଗଲି ଭିଜି ।

   ଚାହିଁଚାହିଁ ତାକୁ କେମିତି କେଜାଣି

   ନିଜକୁ ହଜେଇ ଦେଲି

   ଜହ୍ନର ଠିକଣା ଖୋଜୁଖୋଜୁ ମୁଁଯେ

   ମୋ ଠିକଣା ଭୁଲିଗଲି ।


Rate this content
Log in