ଜହ୍ନ
ଜହ୍ନ
ଭାବିଥିଲି ଜହ୍ନ
ରାଇଜରେ ଘର
କରିବି, ତା ସହିତ
ବନ୍ଧୁତ୍ବପୂର୍ଣ୍ଣ ଆଳାପ କରିବି
ତା ସହିତ ବନ୍ଧୁତ୍ୱ କରିବି
କିନ୍ତୁ ଜହ୍ନବି ଭାରି
ଇଏ ସିଏ, ନା ବନ୍ଧୁତ୍ୱ
କରେ ନା ଆଳାପ
କରେ, ଖାଲି
ଜ୍ୟୋସ୍ନା ଢାଳେ
ଶୀତଳତା ଦିଏ
ଉତ୍ତପ୍ତ ପ୍ରାଣକୁ
ଟିକିଏ ଆଶ୍ୱାସନା ଦିଏ
ହେଲେବି ସ୍ମୃତି
ପୁନର୍ଜୀବିତ ହୁଏ
ଢେଉ ଭଳି ଲୋଟି ପଡେ
ଜୀବନ ଯାତ୍ରାର, ସମୁଦ୍ରମନ୍ଥନରେ
ଗରଳ ପିଏ, ନୀଳକଣ୍ଠ ହୁଏ
ହେଲେ ମୁଣ୍ଡ ପିଟୁଥାଏ
ନିତି ଅହରହ, ସ୍ମୃତି
ମୋର ସାଗର ଦେହରେ
ଲୋଟିପଡୁଥିବା, ଉର୍ମିମାଳା ପରି