STORYMIRROR

Gunanidhi Samal

Romance Classics Others

3  

Gunanidhi Samal

Romance Classics Others

ଜହ୍ନ ଯେବେ ଉଇଁଆସେ

ଜହ୍ନ ଯେବେ ଉଇଁଆସେ

1 min
170

ଯେବେ ଜହ୍ନ ଉଇଁଆସେ

ଅଗଣାରେ ମୋର

ତୁମ କଥା ମନେପଡେ

କାହିଁ ବାରମ୍ବାର ,

ସୁନେଲି କିରଣେ ହସେ

ଏଇ ବସୁନ୍ଧରା

ଖେଳୁଥାନ୍ତି ଆକାଶରେ

ଟିକିଟିକି ତାରା ,

ଜହ୍ନ ଦେହେ ତୁମ ମୁହଁ

ଦିଶେ କି ସୁନ୍ଦର....

ଯେବେ ଜହ୍ନ ଉଇଁଆସେ 

ଅଗଣାରେ ମୋର....।

ନୀରବତା ଭାଙ୍ଗି ଶୁଭେ

ଅଶରୀର ସ୍ଵନ

ଆଖିଆଗେ ଭାସିଯାଏ

ଅଦେଖା ସପନ ,

ରାତ୍ରିର ବୟସ ବଢ଼େ

ନିଦୁଆ ଆଖିରେ

ତୁମେ ପୁଣି ଦେଖାଦିଅ

ମନ ଆଇନାରେ ,

ଅପେକ୍ଷାରେ ରହିଥାଏ

ନୂଆ ସକାଳର....

ଯେବେ ଜହ୍ନ ଉଇଁଆସେ

ଅଗଣାରେ ମୋର....।


Rate this content
Log in

Similar oriya poem from Romance