STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ଝିଲିମିଲି ରାଜଧାନୀଆମ ସ୍ମାର୍ଟସିଟ

ଝିଲିମିଲି ରାଜଧାନୀଆମ ସ୍ମାର୍ଟସିଟ

1 min
23.7K

  ଝିଲିମିଲି ରାଜଧାନୀ ଆମ ସ୍ମାର୍ଟ ସିଟି

  --------------------------------------     

ଝିଲିମିଲି ରାଜଧାନୀ ଆମ ସ୍ମାର୍ଟ ସିଟି 

 ନେତା ଆଉ ଅଭିନେତା ଜମେ ରାଜନୀତି 

ମନ୍ତ୍ରଣା ଯେମିତି ଏଠି ଯନ୍ତ୍ରଣା ସେମିତି

ଥରହର ସବୁବେଳେ ପାଦତଳ ମାଟି


ଏମିତି ସହର ଇଏ ଜାଣେକି ମନ୍ତର

ଆପଣା ଲୋକଙ୍କୁ କରେ ପାଖରୁ ଅନ୍ତର

ଯାହାକୁ ମିଳଇ ଏଠି ବୃତ୍ତି ବା ନିଯୁକ୍ତି

ଭୁଲିଯାଏ ସିଏ ତାର ଗାଁ ଭିଟାମାଟି


ଆମ ରାଜଧାନୀ ଇଏ ପ୍ରେମର ସହର

ପ୍ରେମକୁ ନେଇ ହୁଏ ନିଇତି ବେପାର

ଲାଭ କ୍ଷତି ହିସାବରେ ମନ ଦିଆ ନିଆ

ଟଙ୍କା ରେ ତଉଲ ଯାଏ ଏଠି ପ୍ରେମ ପ୍ରିତି



ଅଛି ଏଠି ଘର କେତେ ମନ ନିଏ କିଣି

ଲୋକ ଏଠି ଅଛନ୍ତିକି ହୁଏ ନାହିଁ ଜାଣି

ଦେଶାନ୍ତରେ ପୁଅ ବୋହୂ ଡଲାର ମୋହରେ

ବୁଢା ବୁଢୀ ପଡିଛନ୍ତି ଘର ଜଗି ଏଠି



ନାହିଁ ଏଠି ଭାଇଚାରା ଭାବର ଅଭାବ

ରାଜଧାନୀ ସାରା ଖାଲି ଦାଦାଙ୍କ ପ୍ରଭାବ

ପୋଲିସ ଚାଲିଲେ ଭାଇ ଡାଳେ ଡାଳେ ଏଠି

ପତ୍ରେ ପତ୍ରେ ଦାଗିମାନେ ବାଟ ଖୋଲିଥାନ୍ତି



ସମସ୍ୟା ଘେରରେ ଏହି ସହର ଝୁଲୁଛି

ତଥାପି ତା କଳେବର ନିତି ବଢୁଅଛି

ସାରା ରାଜ୍ୟ ଲୋକେ ଏଠି ଜାଗା ଖୋଜୁଛନ୍ତି

କାରଣ ଇଏ ପରା ଆମ ସ୍ମାର୍ଟ ସିଟି

କାରଣ ଇଏ ପରା ଆମ ସ୍ମାର୍ଟ ସିଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational