STORYMIRROR

Arendra Kumar

Comedy

4  

Arendra Kumar

Comedy

ଝିଅର ମାଆ

ଝିଅର ମାଆ

1 min
402

ମୋ ଶାଶୁ ଝିଅକୁ କହିଦେଲି ଯାଇ 

ମନ କଥା ମୋର ଖୋଲି

ମୋ ଘରକୁ ଗଲେ ଜାଣିଥାଲୋ ମଲ୍ଲି

ଜଳିବୁ ତୁ କାଠ ଚୁଲି.......


ଗୋବର ଗନ୍ଧରେ ନାକ ଟେକିବୁନି

ନାହିଁ ମୋର କୋଠାଘର

ଗୋବରରେ ଘର ଲିପିଦେଲେ ପରା

ରୋଗ କୀଟ ହେବେ ଦୂର.......


ସକାଳୁ ସହଳ ଉଠିବୁଲ ଗୋରୀ

ଖରକି ଦାଣ୍ଡ ଦୁଆର

ଗୋବରପାଣି ତୁ ଛିଞ୍ଚିବୁ ଦୁଆରେ 

ଅଗଣା ହେବ ପବିତ୍ର.......


ଶାଶୁ ଶଶୁରଙ୍କ ସେବା କରିବୁଲ

ଭାବିବୁନି ତାଙ୍କୁ ପର

ତାଙ୍କ ଆଶୀର୍ବାଦ ବରଷାରେ ପରା

ଧୋଇଯିବ ଦୁଃଖ ତୋର......


ଏତିକି ଶୁଣିକି କହିଲା ମୋ ପ୍ରିୟା

ସପନ ଦେଖନି ଆଉ

ସ୍ଵୟମ୍ବର ମୋର ବଛା ସରିଲାଣି

କହୁଥିଲା ମୋ ବୋଉ.....


କରିଛନ୍ତି ସିଏ ଗାର୍ମେଣ୍ଟ ଚାକିରୀ

ଭାରି ବଡ଼ଘର ପୁଅ

ସେ ଘରକୁ ଗଲେ ମହାରାଣୀ ହୋଇ

ରହିବୁ ମୋ ଗେହ୍ଲା ଝିଅ.......


ଶାଶୁ ଶଶୁର ତ ବୃଦ୍ଧାଶ୍ରମେଛନ୍ତି

ନାହିଁ ତାଙ୍କ ସେବା ଚିନ୍ତା

ସେ ଘରକୁ ଗଲେ ଜାଣିଥା ଝିଅ ଲୋ

ହେବୁ ତୁ ଜଗତଜିତା......


ଗରିବ ଝିଅ ତୁ ବୋଲି ତୋର କଣ

ମନ ବୋଲି କିଛି ନାହିଁ

ଶାଶୁ ଘରେ ଯାଇ ଚାକରାଣୀ ପରି 

ଖଟିବୁ ତୁ ବୋହୁ ହେଇ.......


ଶୁଣି ତାର କଥା ବୋଲେଇଲା ମଥା

କେମିତିକା ମାଆ ସିଏ 

ଝିଅକୁ ତାହାର ଏମିତି ସଂସ୍କାର

ସଣ୍ଠଣା ଶିଖେଇ ଥାଏ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy