ଝିଅ ଟିଏ
ଝିଅ ଟିଏ


ଝିଅ ଟିଏ
ନିଦ ମାଗେନି ସ୍ୱପ୍ନ ମାଗେ,
ଭିଜା ଅତୀତ ର ଫିକା ଆଲ୍ବମ ରୁ
ମୋର ଛବି ଖୋଜେ
ଝିଅଟିଏ,
ହସ ମାଗେନି ଲୁହ ମାଗେ
ମତେ ପାଇ ହଜାଇ ଦେବା ଆଗରୁ
ମୋର ମନ ମାଗେ,
ଝିଅ ନୁହେଁ ସିଏ ଢେଉ ଟିଏ
ହେନା ଫୁଲର ଅତୀତ
ରଜନୀଗନ୍ଧା ର ବର୍ତ୍ତମାନ
ଓ
ଶେଫାଳି ର ଭବିଷ୍ୟତକୁ
ନ ବୁଝି ମତେ ହିଁ ଭଲପାଏ
ଝିଅ ଟିଏ ।