STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଝିଅ ନୁହେଁ ଆମେ ମଣିମୁକୁତା.....

ଝିଅ ନୁହେଁ ଆମେ ମଣିମୁକୁତା.....

1 min
12.2K

    ଝିଅ ନୁହେଁ ଆମେ ମଣିମୁକୁତା

    ଲୋଡା ଆମ ପାଇଁ ଟିକେ ମମତା

    ଆଦର ପାଇଲେ ହେବୁ ଦିନେ ଆମେ

    ଜଗତ ଜିତାରେ ଜଗତ ଜିତା l

    


    ରଙ୍ଗରେ ରଙ୍ଗେଇ ଦେବୁ ସାରା ଦୁନିଆ

    ଲେଖି ଲେଖି ଯିବୁ ଆମେ କାହାଣୀ ନୂଆ

     ଦିଗଚଉଦିଗ ଯିବୁ ମହକ ବୁଣି

     ସବୁରି ମନକୁ ଆମେ ନେବୁରେ କିଣି

      ଝରିଝରି ଯିବୁ ଝରଣା ପରିତ

      ବାଣ୍ଟି ବାଣ୍ଟି ଯିବୁ ନୂଆ ବାରତା

       ଝିଅ ନୁହେଁ ଆମେ ମଣିମୁକୁତା l


      ମାଟିରୁ ଆକାଶ ଯାଏ ବୁଣିବୁ ହସ

      ହସିବରେ ଗାଁ ଆମ ହସିବ ଦେଶ

      ଆମ ଯଶ ଗଉରବ ଗରବ ଗାଥା

    ଯୁଗଯୁଗ ପାଇଁ ପରା ରହିବ କଥା 

   ଟିକିଏ ଆଦର ଶରଧା ପାଇଲେ

      ହେବୁ କାଲି ଆମେ ସବୁରି ହିତା 

     ଝିଅ ନୁହେଁ ଆମେ ମଣିମୁକୁତା l

      

      


Rate this content
Log in

Similar oriya poem from Inspirational