STORYMIRROR

Mamatamanjari Das

Action Inspirational

3  

Mamatamanjari Das

Action Inspirational

ଜଗତ୍ ନାଥ

ଜଗତ୍ ନାଥ

1 min
13.4K


ଜ ରେ ଜଗତ ତୁମେ ଜଗନ୍ନାଥ

ଆହେ ପ୍ରଭୁ ଅନ୍ତର୍ଯ୍ୟାମୀ

ଗ ରେ ଗଗନ ପାଏନା ନୟନ

ତୁମେ ଏତେ ପରାକ୍ରମୀ  ।

ତ ରେ ତପନ ହେ ଚକା ନୟନ

କୋଟି ସୂର୍ଯ୍ୟ ତୁମ ଦେହେ

ରେ ନାଥ ଜଗତର ନାଥ ତୁମ ନାମ

ନେଲେ କୋଟି ଜନ୍ମ ପାପ ଯାଏ ।

ନା ରେ ନାଉରୀ ଆହେ ଚକ୍ରଧାରୀ

ତୁମ ନାମ ନେଲେ ଥରେ

ଯେତେ ପାପ ଥାଏ ଧୋଇ ହୋଇଯାଏ

ସ୍ଥାନ ମିଳେ ଶ୍ରୀପୟରେ ।

ଥ ରେ ଥଳ ଚତୁର୍ଭୂଜ ବଳ ଦେଇ ଥାଅ

ଅନ୍ତର୍ଯ୍ୟାମୀ ଭକତେ ତୁମର ପ୍ରେମରେ

ପାଗଳ ଡାକନ୍ତି ଜଗତ ସ୍ୱାମୀ ।

ମମତା ମଞ୍ଜରୀ ଦାସ

କଟକ


Rate this content
Log in

Similar oriya poem from Action