ଜଗତ ମଙ୍ଗଳ ହେଉ
ଜଗତ ମଙ୍ଗଳ ହେଉ
ମୋର ଜୁହାରରେ ଯଦି ମହାପ୍ରଭୁ ଜଗତ ମଙ୍ଗଳ ହେବ
ମୋର ଶିର ତୋର ପଦେ ବାର ବାର ପ୍ରଣିପାତ କରୁଥିବ ।
ମାଗୁଣି ମୋହର ଘେନା କରି ତୁମେ କର ସଭିଙ୍କୁ ନିଜର
ଆହେ ଦୟାନିଧି ଯୋଡିଦେଲି ହାତ ବଡ ଦେଉଳରେ ତୋର ।
ଯୁଆଡେ ଘୂରୁଛି ମୋର ଦୁଇ ଆଖି ଯାହାକୁ ଦେଖେ ସେ ମୋର
ହେ କମଳାକାନ୍ତ ତୁମେ ଦୟାବନ୍ତ ତୁମେ ପରା ଜଗତର ।
ସଭିଏଁ ହସନ୍ତୁ ସଭିଏଁ ବଢନ୍ତୁ କାହାର ନ ଥାଉ ଦୁଃଖ
ମୁଁ ନିର୍ମିତ ମାତ୍ର ତୁମ ପାଦପଦ୍ମେ କରଯୋଡେ ଚନ୍ଦ୍ରକାନ୍ତ ।
