STORYMIRROR

Nrusingha Narayan Tripathy

Inspirational

4  

Nrusingha Narayan Tripathy

Inspirational

ଜାତିପ୍ରଥା

ଜାତିପ୍ରଥା

1 min
304

ସମାଜ ତାଡନା ଜାତି ଛୁଆଁ ପ୍ରଥା

କୁପ୍ରଥା ଯେ କୁସଂସ୍କାର

କେତେ ଦାର୍ଶନିକ ସମାଜ ସେବକ

କାର୍ଯ୍ୟ କଲେ ସଂସ୍କାରର ll


ଭୂମି ଦାନ କଲେ ବିବାହ କରିଲେ

ଜାତିପ୍ରଥା ଗଲା ସରି

କାହିଁକି କେଜାଣି ସରକାର ଆଜି

ଜାତିକୁ ଅଛନ୍ତି ଧରି ll


ବ୍ରାହ୍ମଣ କ୍ଷେତ୍ରୀୟ ଜାତି ଶୁଦ୍ର ଵୈଶ୍ୟ

 ନାହିଁ ଆଉ ଚାରି ଜାତି

ପୁରୁଷ ଓ ନାରୀ ଲିଙ୍ଗ ରୂପେ ଦୁଇ

ମଣିଷ ଗୋଟିଏ ଜାତି ll


ସାଧାରଣ ଏସି ଏସ୍.ଟି ଓ ଓ.ବି.ସି

ଭାରତରେ ଚାରି ଜାତି 

କାହାର ସ୍ୱାର୍ଥରେ ଜାତି ଭାଗ ଭାଗ

ଖାଲି ହୁଏ ରାଜନୀତି ll


ଶିକ୍ଷା ରାଜନୀତି ଚାକିରି ଯେ ବୃତ୍ତି

ସଂରକ୍ଷଣ କଳା ବିଷ

ଅଶିକ୍ଷିତ ଲୋକ ବୁଝି ତ ପାରେନା

ଗରିବର ଜଳେ ବଂଶ ll


ଧନୀ ଓ ଗରିବ ପ୍ରତ୍ୟେକ ଜାତିରେ

ଅଧା ଅଧା ଅଛି ରହି

ଯୋଜନା ମଙ୍ଗଳ ପାଉଛି ଧନୀ ଯେ

ଗରିବ ଦେଖିକି ସହି ll


ଜାତି ଭାଗ ଭାଗ ସମାଜେ ନ କରି

 ସମସ୍ତେ ଏକ ଜାତିର 

ଗରିବ ପାଇଁକି ଯୋଜନା କରିକି

ଜାତିପ୍ରଥା ଶେଷ କର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational