STORYMIRROR

Santosh Pattnayak

Inspirational

2  

Santosh Pattnayak

Inspirational

ଜାତିବାଦି ଛାଡ଼ି ସରବେ ହସିବା

ଜାତିବାଦି ଛାଡ଼ି ସରବେ ହସିବା

1 min
13.8K


ଜାତିବାଦ ଛାଡ଼ି ସରବେ ହସିବା

ଭାରତ ମାତାର କୋଳେ....

-----------------


ମୁକ୍ତାକାଶେ ଦେଖ ଲହରେ ତ୍ରିରଙ୍ଗା

ବଖାଣେ ଗୌରବ ଗାଥା

ଭାତୃପ୍ରୀତି ଆମ ବନ୍ଧା ପଡ଼ିଅଛି

ହୃଦୟେ ଲାଗିଛି ବ୍ୟଥା....


ସ୍ବାଧିନ ହୋଇଲା ଦେଶ ସିନା ଆମ

ହଟିଛି ବିଦେଶୀ ଦାଉ

ଜନତା ଅନ୍ତରେ ଏବେବି କଷଣେ

ଭାଙ୍ଗୁଛି ଲହଡି ଢେଉ....


ଅନ୍ୟାୟ ଅନୀତି ସବୁଠି ଚାଲିଛି

ଲୁଟୁଛି ସ୍ବଦେଶୀ ନେତା

ବିରୋଧି ଶାସକ କୋଳାକୋଳି ଏଠି

ଭକୁଆ ଖାଲି ଜନତା....


କର୍ଣ୍ଣପାତି ଶୁଣ ମାତାର ରୋଦନ

ଜାଗି ଉଠ ଭାତୃଗଣ

ଭାବନାହିଁ ମନେ ଶିଖ୍,ବୁଦ୍ଧ, ଜୈନ

ହିନ୍ଦୁ ଅବା ଖ୍ରୀଷ୍ଟିଆନ୍....


ହାତେ ହାତ ଛନ୍ଦି ହୁଅହେ ଏକାଠି

ବିଜୟ ଧ୍ବଜାର ତଳେ

ଜାତିବାଦ ଛାଡ଼ି ସରବେ ହସିବା

ଭାରତ ମାତାର କୋଳେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational